bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 14
2 Chronicles 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 15 →
1
ଅବିୟ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ, ଲୋକମାନେ ତାଙ୍କୁ ଦାଉଦଙ୍କ ନଗରରେ କବର ଦେଲେ। ଏହା ପରେ ଅବିୟଙ୍କ ପୁତ୍ର ଆସା, ଅବିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଦଶ ବର୍ଷ ପର୍ଯ୍ୟନ୍ତ ଦେଶରେ ଶାନ୍ତି ଅବସ୍ଥାନ କରିଥିଲା।
2
ଯିହୁଦାର ରାଜା ଆସା ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତମ ଓ ଯଥାର୍ଥ ବିଷୟମାନ କଲେ।
3
ଆସା ଉଚ୍ଚ ସ୍ଥାନରେ ଥିବା ବିଦେଶୀୟ ଯଜ୍ଞବେଦିକୁ ଉଠାଇ ଦେଲେ। ଆସା ଉଚ୍ଚସ୍ଥାନସବୁ ଦୂର କରିଦେଲେ ଓ ସ୍ମରଣାର୍ଥକ ପବିତ୍ର ପ୍ରସ୍ତରସବୁକୁ ଭାଙ୍ଗି ଚୂରମାର୍ କରିଦେଲେ। ଆଉ ଆସା ଆଶେରା ସ୍ତମ୍ଭ ସବୁକୁ ଭାଙ୍ଗି ଦେଲେ।
4
ଆସା ଯିହୁଦାର ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱରଙ୍କ ଅନୁଗମନ କରିବା ନିମନ୍ତେ ଆଦେଶ ଦେଲେ। ସେମାନଙ୍କର ପୂର୍ବପୁରୁଷମାନେ ସେହି ପରମେଶ୍ୱରଙ୍କୁ ହିଁ ଅନୁଗମନ କରୁଥିଲେ। ଆଉ ଆସା ସେମାନଙ୍କୁ ସଦାପ୍ରଭୁଙ୍କର ସମସ୍ତ ନିୟମ ଓ ଆଜ୍ଞାଗୁଡ଼ିକର ବାଧ୍ୟ ହେବା ନିମନ୍ତେ ଆଦେଶ ଦେଲେ।
5
ଆସା ଆହୁରି ମଧ୍ୟ ଯିହୁଦାର ସମସ୍ତ ସହରଗୁଡ଼ିକରେ ଥିବା ଉଚ୍ଚସ୍ଥାନ ଓ ସୁଗନ୍ଧି ଧୂପର ବେଦିଗୁଡ଼ିକ ଧ୍ୱଂସ କରିଦେଲେ। ତେଣୁ ଆସା ରାଜା ଥିବା ସମୟରେ ରାଜ୍ୟରେ ଶାନ୍ତି ରହିଲା।
6
ଯିହୁଦାରେ ଶାନ୍ତି ଥିବା ସମୟରେ ଆସା ଯିହୁଦାରେ ଦୃଢ଼ ନଗରମାନ ସ୍ଥାପନ କଲେ। ସଦାପ୍ରଭୁ ତାଙ୍କୁ ଶାନ୍ତି ପ୍ରଦାନ କରିଥିବାରୁ ସେହି ବର୍ଷଗୁଡ଼ିକରେ କୌଣସି ଯୁଦ୍ଧ ହୋଇ ନ ଥିଲା।
7
ଆସା ଯିହୁଦାର ଲୋକମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଏହିସବୁ ସହର ଓ ସେଗୁଡ଼ିକର ଚତୁର୍ଦ୍ଦିଗରେ ପ୍ରାଚୀର ନିର୍ମାଣ କରିବା। ଆସ, ଆମ୍ଭେମାନେ ଦୁର୍ଗ, ଦ୍ୱାର ଓ ଦ୍ୱାରର କିଳିଣିସବୁ ନିର୍ମାଣ କରିବା ଆମ୍ଭେମାନେ ଏହି ଦେଶରେ ବାସ କରୁଥିବା ସମୟରେ ହିଁ ଆସ, ଏହା କରିବା। ଏହି ଦେଶ ଆମ୍ଭମାନଙ୍କର ଅଟେ, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ଅନୁଗମନ କରିଅଛୁ। ସେ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ଶାନ୍ତି ପ୍ରଦାନ କରିଅଛନ୍ତି।” ତେଣୁ ସେମାନେ ସମସ୍ତେ ସେସବୁ ନିର୍ମାଣ କଲେ ଓ ସଫଳତା ପାଇଲେ।
8
ଆସାଙ୍କର ଯିହୁଦା ବଂଶରୁ 300,000 ଓ ବିନ୍ୟାମୀନ ବଂଶରୁ 280,000 ଲୋକଙ୍କର ଏକ ସୈନ୍ୟଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାୟ ଢାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ୟାମୀନର ଲୋକମାନେ ଛୋଟ ଛୋଟ ଢାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷେପ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।
9
ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ।
10
ଆସା ସେରହଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ। ମାରେଶାର ସଫାଥା ଉପତ୍ୟକାର ମାରେଶାହ ନିକଟରେ ଯୁଦ୍ଧ କରିବା ନିମନ୍ତେ ଆସାଙ୍କ ସୈନ୍ୟଦଳ ପ୍ରସ୍ତୁତ ହୋଇ ରହିଲେ।
11
ଆସା ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଡାକ ପକାଇଲେ ଓ କହିଲେ, “ସଦାପ୍ରଭୁ, ତୁମ୍ଭ ପାଇଁ ଶକ୍ତିହୀନ ଲୋକଙ୍କୁ ସାହାଯ୍ୟ କରିବା ଯେତିକି ସହଜ ଶକ୍ତିଶାଳୀ ଲୋକଙ୍କୁ ସାହାଯ୍ୟ କରିବା ସେତିକି ସହଜ। ଆମ୍ଭମାନଙ୍କୁ ସାହାଯ୍ୟ କର। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପରମେଶ୍ୱର ଅଟ। ଏହି ବିଶାଳ ସୈନ୍ୟବାହିନୀ ବିପକ୍ଷରେ ଥିଲେ ହେଁ ଆମ୍ଭେମାନେ ତୁମ୍ଭ ଉପରେ ନିର୍ଭର କରୁ! ତୁମ୍ଭେ, ତୁମ୍ଭ ବିରୁଦ୍ଧରେ କାହାରିକୁ ଜୟ ଲାଭ କରିବାକୁ ଦିଅ ନାହିଁ।”
12
ଏହା ପରେ ସଦାପ୍ରଭୁ ଇଥିଓପିୟ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ଆସା ଓ ଯିହୁଦାର ସୈନ୍ୟଦଳକୁ ବ୍ୟବହାର କଲେ। ଆଉ ଇଥିଓପିୟ ସୈନ୍ୟଦଳ ଦୌଡ଼ି ପଳାଇଗଲେ।
13
ଆସା ଏବଂ ତାଙ୍କ ସୈନ୍ୟଦଳ ଇଥିଓପିୟ ସୈନ୍ୟଦଳଙ୍କ ପଛେ ପଛେ ଗରାର୍ ସହର ପର୍ଯ୍ୟନ୍ତ ଗୋଡ଼ାଇଲେ। ବହୁସଂଖ୍ୟକ ସୈନ୍ୟଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହୋଇପାରିଲେ ନାହିଁ। ସେମାନେ ସଦାପ୍ରଭୁ ଓ ତାଙ୍କ ସୈନ୍ୟଦଳ ଦ୍ୱାରା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲେ ଆସା ଓ ତାଙ୍କର ସୈନ୍ୟଦଳ ଶତ୍ରୁମାନଙ୍କଠାରୁ ଅନେକ ବହୁମୂଲ୍ୟ ପଦାର୍ଥ ଲୁଟି ନେଲେ।
14
ଆସା ଓ ତାଙ୍କର ସୈନ୍ୟଦଳ ଗରାର୍ର ନିକଟସ୍ଥ ସମସ୍ତ ସହର ଉପରେ ବିଜୟଲାଭ କଲେ। ସେହି ସହରଗୁଡ଼ିକରେ ବାସ କରୁଥିବା ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ। ସେହି ସହରଗୁଡ଼ିକରେ ଅନେକ ବହୁମୂଲ୍ୟ ପଦାର୍ଥମାନ ରହିଥିଲା। ଆସାଙ୍କ ସୈନ୍ୟଦଳ ସେହି ସହରଗୁଡ଼ିକରୁ ସେହି ସମସ୍ତ ବହୁମୂଲ୍ୟ ପଦାର୍ଥଗୁଡ଼ିକୁ ନେଇଗଲେ।
15
ଆସାଙ୍କ ସୈନ୍ୟଦଳ ମେଷ ପାଳକମାନଙ୍କର ଛାଉଣି ଉପରେ ମଧ୍ୟ ଆକ୍ରମଣ କଲେ। ସେମାନେ ଅନେକ ମେଷ ଓ ଓଟ ନେଇଗଲେ। ଏହା ପରେ ଆସାଙ୍କ ସୈନ୍ୟଦଳ ଯିରୁଶାଲମକୁ ଫେରିଗଲେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36