bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 26
2 Chronicles 26
Odia Bible ERV 2004 (ପବିତ୍ର ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 27 →
1
ଯିହୁଦାର ରାଜା ଉଷିୟ ଏହା ପରେ ଯିହୁଦାର ଲୋକମାନେ ଉଷିୟଙ୍କୁ ଅମତ୍ସିୟଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ମନୋନୀତ କଲେ। ଅମତ୍ସିୟ ଊଷିୟଙ୍କ ପିତା ଥିଲେ ଉଷିୟ ଷୋହଳ ବର୍ଷ ବୟସ୍କ ହୋଇଥିବା ସମୟରେ ଏହିପରି ଘଟିଲା।
2
ଊଷିୟ ପୁନର୍ବାର ଏଲତ୍ସହର ନିର୍ମାଣ କଲେ ଓ ଯିହୁଦାକୁ ତାହା ଫେରାଇ ଦେଲେ। ଅମତ୍ସିୟ ମୃତ୍ୟୁ ଭୋଗ କରିବା ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେବାପରେ ଉଷିୟ ଏହା କଲେ।
3
ଉଷିୟ ରାଜା ହେବା ସମୟରେ ଷୋହଳ ବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ବାଉନ ବର୍ଷ ରାଜତ୍ୱ କଲେ। ତାଙ୍କ ମାତାଙ୍କର ନାମ ଥିଲା ଯିଖଲିୟା। ଯିଖଲିୟା ଯିରୁଶାଲମରୁ ଆସିଥିଲେ।
4
ଉଷିୟ ଏହିସବୁ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କଲେ। ସେ ତାଙ୍କର ପିତା ଅମତ୍ସିୟଙ୍କ ପରି ପରମେଶ୍ୱରଙ୍କୁ ମାନିଲେ।
5
ଉଷିୟ ଯିଖରିୟଙ୍କ ଜୀବନକାଳ ମଧ୍ୟରେ ପରମେଶ୍ୱରଙ୍କର ଅନୁଗମନ କଲେ। ପରମେଶ୍ୱରଙ୍କୁ କିପରି ସମ୍ମାନ କରିବାକୁ ଓ ତାଙ୍କର ବାଧ୍ୟ ହେବାକୁ ହେବ, ତାହା ଯିଖରିୟ ଉଷିୟଙ୍କୁ ଶିକ୍ଷା ଦେଲେ। ଉଷିୟ ଯେତେବେଳେ ସଦାପ୍ରଭୁଙ୍କର ବାଧ୍ୟ ହେଲେ, ପରମେଶ୍ୱର ତାଙ୍କୁ ସଫଳତା ଦେଲେ।
6
ଉଷିୟ ପଲେଷ୍ଟୀୟ ଲୋକମାନଙ୍କ ବିରୁଦ୍ଧରେ ଗୋଟିଏ ଯୁଦ୍ଧ କଲେ। ସେ ଗାଥ୍, ଯବ୍ନିର ଓ ଅସ୍ଦୋଦ୍ ସହରର ଚତୁର୍ଦ୍ଦିଗରେ ଥିବା ପ୍ରାଚୀର ସବୁ ଭାଙ୍ଗି ପକାଇଲେ। ଉଷିୟ ଅସ୍ଦୋଦ୍ ସହର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ପଲେଷ୍ଟୀୟ ଲୋକମାନଙ୍କ ମଧ୍ୟରେ ସହରମାନ ନିର୍ମାଣ କଲେ।
7
ପରମେଶ୍ୱର ଉଷିୟଙ୍କୁ ପଲେଷ୍ଟୀୟ ଲୋକ, ଗୁର୍-ବାଲ୍ ସହରରେ ବାସ କରୁଥିବା ଆରବୀୟ ଓ ମିୟୂନିୟ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାରେ ସାହାଯ୍ୟ କଲେ।
8
ଅମ୍ମୋନୀୟମାନେ ଉଷିୟଙ୍କୁ ରାଜକର ଦେଲେ। ମିଶରର ସୀମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଷିୟଙ୍କ ନାମ ବିଖ୍ୟାତ ହୋଇ ଉଠିଲା, ସେ ବିଖ୍ୟାତ ହେଲେ, କାରଣ ସେ ଅତ୍ୟନ୍ତ ପରାକ୍ରମୀ ଥିଲେ।
9
ଉଷିୟ ଯିରୁଶାଲମର କୋଣସ୍ଥିତ ଦ୍ୱାର, ଉପତ୍ୟକା ଦ୍ୱାର ଓ ପ୍ରାଚୀର ବୁଲିଯାଇଥିବା ସ୍ଥାନରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସେହି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।
10
ଉଷିୟ ମରୁଭୂମି ମଧ୍ୟରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ୟ, ସେ ଅନେକ କୂପ ଖୋଳିଲେ। ପାର୍ବତ୍ୟମୟ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ୟାଞ୍ଚଳ ଓ ଉତ୍ତମ ଶସ୍ୟ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନେବା ନିମନ୍ତେ ସେ ଲୋକମାନଙ୍କୁ ନିଯୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
11
ଉଷିୟଙ୍କର ତାଲିମପ୍ରାପ୍ତ ସୈନିକମାନଙ୍କର ଏକ ସୈନ୍ୟଦଳ ଥିଲା। ସେହି ସୈନିକମାନେ ସଚିବ ଯିୟୂୟେଲ ଓ ପଦାଧିକାରୀ ମାସେୟଙ୍କ ଦ୍ୱାରା ବିଭିନ୍ନ ଦଳରେ ଭର୍ତ୍ତି କରାଯାଇ ଥିଲେ। ହାନାନୀୟ ସେମାନଙ୍କର ନେତା ଥିଲେ। ଯିୟୂୟେଲ୍ ଓ ମାସେୟ ସେହି ସୈନିକମାନଙ୍କୁ ଗଣନା କରୁଥିଲେ ଓ ବିଭିନ୍ନ ଦଳଭୁକ୍ତ କରୁଥିଲେ। ହାନାନୀୟ ରାଜାଙ୍କର ଜଣେ ପଦାଧିକାରୀ ଥିଲେ।
12
ସୈନିକମାନଙ୍କ ଉପରେ 2600 ଜଣ ନେତା ଥିଲେ।
13
ସେହି ନେତାମାନେ 307,500 ଜଣ ଲୋକଙ୍କର ଦାୟିତ୍ୱରେ ଥିଲେ, ଯେଉଁମାନେ ମହାପରାକ୍ରମ ସହ ଯୁଦ୍ଧ କରୁଥିଲେ। ସେହି ସୈନିକମାନେ ରାଜାଙ୍କୁ ଶତ୍ରୁ ବିରୁଦ୍ଧରେ ସାହାଯ୍ୟ କରୁଥିଲେ।
14
ଉଷିୟ ସୈନ୍ୟଦଳକୁ ଢାଲ, ବର୍ଚ୍ଛା, ଟୋପର, ସାଞ୍ଜୁଆ, ଧନୁ ଓ ଛାଟେଣୀ ପାଇଁ ପଥର ଦେଲେ।
15
ଯିରୁଶାଲମରେ ଉଷିୟ ଚତୁର ଲୋକମାନଙ୍କ ଦ୍ୱାରା ଉଦ୍ଭାବିତ ମେସିନ୍ ସବୁ ନିର୍ମାଣ କଲେ। ସେହି ମେସିନ୍ ଗୁଡ଼ିକ ଦୁର୍ଗ ଓ କୋଣସ୍ଥିତ ପ୍ରାଚୀର ଉପରେ ରଖାଗଲା। ସେହି ମେସିନ୍ ଗୁଡ଼ିକ ତୀର ଓ ପଥର କ୍ଷେପଣ କରିପାରୁ ଥିଲା। ଉଷିୟ ବିଖ୍ୟାତ ହୋଇ ଉଠିଲେ। ଦୂରଦୂରାନ୍ତର ସ୍ଥାନର ଲୋକମାନେ ସୁଦ୍ଧା ତାଙ୍କର ନାମ ଜାଣିଥିଲେ। ତାଙ୍କୁ ପ୍ରଚୁର ସାହାଯ୍ୟ ମିଳୁଥିଲା ଓ ସେ ଜଣେ ପରାକ୍ରମଶାଳୀ ରାଜା ହୋଇ ଉଠିଲେ।
16
କିନ୍ତୁ ଉଷିୟ ଯେତେବେଳେ ଶକ୍ତିଶାଳୀ ହୋଇ ଉଠିଲେ, ତାଙ୍କର ଗର୍ବ ତାଙ୍କର ବିନାଶର କାରଣ ହେଲା। ସେ ତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ହୋଇ ରହିଲେ ନାହିଁ। ସେ ସୁଗନ୍ଧିଧୂପର ବେଦି ଉପରେ ସୁଗନ୍ଧିଧୂପ ଜ୍ୱଳାଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ।
17
ଅସରିୟ ଯାଜକ ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ କରୁଥିବା ଅଶୀ ଜଣ ସାହସୀ ଯୁବକମାନେ ଉଷିୟଙ୍କ ପଛେ ପଛେ ମନ୍ଦିର ମଧ୍ୟକୁ ଗଲେ।
18
ସେମାନେ ଉଷିୟଙ୍କୁ କହିଲେ, ଯେ, ସେ ଭୁଲ୍ କାର୍ଯ୍ୟ କରୁଛନ୍ତି। ସେମାନେ ତାଙ୍କୁ କହିଲେ, “ଉଷିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ତୁମ୍ଭର କାର୍ଯ୍ୟ ନୁହେଁ। ଏହି କାର୍ଯ୍ୟ କରିବା ତୁମ୍ଭ ନିମନ୍ତେ ମଙ୍ଗଳ ଜନକ ନୁହେଁ। ଯାଜକ ଓ ହାରୋଣଙ୍କ ବଂଶଧରମାନେ କେବଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁଗନ୍ଧିଧୂପ ଜ୍ୱଳାନ୍ତି। ଏହି ଯାଜକମାନେ ସୁଗନ୍ଧିଧୂପ ଜ୍ୱଳାଇବାର ପବିତ୍ର ସେବାକାର୍ଯ୍ୟ ନିମନ୍ତେ ତାଲିମପ୍ରାପ୍ତ ହୋଇଛନ୍ତି। ଏହି ମହାପବିତ୍ର ସ୍ଥାନରୁ ବାହାରି ଯାଅ। ତୁମ୍ଭେ ବିଶ୍ୱସ୍ତ ହୋଇ ନାହଁ। ସଦାପ୍ରଭୁ ପରମେଶ୍ୱର ଏଥିନିମନ୍ତେ ତୁମ୍ଭକୁ ସମ୍ମାନିତ କରିବେ ନାହିଁ।”
19
କିନ୍ତୁ ଉଷିୟ କ୍ରୋଧାନ୍ୱିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କ୍ରୋଧ କରୁଥିବା ସମୟରେ ହିଁ କୁଷ୍ଠରୋଗ ତାଙ୍କର କପାଳରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିରରେ, ସୁଗନ୍ଧି ଧୂପର ଯଜ୍ଞବେଦି ନିକଟରେ ଯାଜକମାନଙ୍କ ସମ୍ମୁଖରେ ଘଟିଲା।
20
ପ୍ରଧାନ ଯାଜକ ଅସରିୟ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସେମାନେ ତାଙ୍କ କପାଳରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରିଦେଲେ। ଉଷିୟ ନିଜେ ତରତର ହୋଇ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ।
21
ରାଜା ଉଷିୟ ଜଣେ କୁଷ୍ଠରୋଗଗ୍ରସ୍ତ। ସେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ। ଉଷିୟଙ୍କ ପୁତ୍ର ଯୋଥମ୍ ରାଜାଙ୍କ ଗୃହକୁ ନିୟନ୍ତ୍ରଣ କଲେ ଓ ଲୋକମାନଙ୍କର ରାଜ୍ୟପାଳ ହେଲେ।
22
ଉଷିୟ ଅନ୍ୟ ଯେଉଁ ସମସ୍ତ କାର୍ଯ୍ୟ କରିଥିଲେ, ସେହିସବୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମୋସଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖା ଯାଇଅଛି।
23
ଉଷିୟ ମୃତ୍ୟୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ନିକଟରେ କବର ପାଇଲେ। ଉଷିୟ ରାଜାମାନଙ୍କ କବରସ୍ଥାନ ନିକଟସ୍ଥ କ୍ଷେତରେ କବର ପାଇଲେ। କାରଣ ଲୋକମାନେ କହିଲେ, “ଉଷିୟଙ୍କଠାରେ କୁଷ୍ଠରୋଗ ଥିଲା।” ଆଉ ଯୋଥମ୍ ଉଷିୟଙ୍କ ସ୍ଥାନରେ ନୂତନ ରାଜା ହେଲେ। ଯୋଥମ୍ ଉଷିୟଙ୍କ ପୁତ୍ର ଥିଲେ।
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36