2 Chronicles 31

Odia Bible ERV 2004 (ପବିତ୍ର ବାଇବଲ)

← Chapter 30 Chapter 32 →
1ରାଜା ହିଜକିୟ ଉନ୍ନତିମୂଳକ କାର୍ଯ୍ୟ କଲେ ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।
← Chapter 30 Chapter 32 →