2 Chronicles 30

Odia Bible ERV 2004 (ପବିତ୍ର ବାଇବଲ)

← Chapter 29 Chapter 31 →
18ଇଫ୍ରୟିମ, ମନଃଶି, ଇଷାଖର ଓ ସବୂଲୂନର ଅନେକ ଲୋକ ନିଜକୁ ଯଥାର୍ଥରୂପେ ନିସ୍ତାରପର୍ବ ନିମନ୍ତେ ପ୍ରସ୍ତୁତ କରି ନ ଥିଲେ। ସେମାନେ ନିସ୍ତାରପର୍ବକୁ ଯଥାର୍ଥରୂପେ ଯେପରି ମୋଶାଙ୍କ ବ୍ୟବସ୍ଥା ନିୟମରେ କୁହାଯାଇଥିଲା, ସେହିପରି ପାଳନ କଲେ ନାହିଁ। କିନ୍ତୁ ହିଜକିୟ ସେହି ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ହିଜକିୟ ଏହି ପ୍ରକାରେ ପ୍ରାର୍ଥନା କଲେ, “ହେ ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ମଙ୍ଗଳକାରୀ ଅଟ। ଏହି ଲୋକମାନେ ପ୍ରକୃତରେ ଯଥାର୍ଥ ରୂପେ ତୁମ୍ଭର ଉପାସନା କରିବାକୁ ଗ୍ଭହିଁଥିଲେ, କିନ୍ତୁ ସେମାନେ ବ୍ୟବସ୍ଥା ନିୟମାନୁଯାୟୀ ନିଜକୁ ପରିଷ୍କୃତ କରି ପାରିଲେ ନାହିଁ। ଦୟାକରି କରୁଣା ପ୍ରଦର୍ଶନ କର ଓ ସେହି ଲୋକମାନଙ୍କୁ କ୍ଷମା କର। ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଯାହାଙ୍କୁ ମାନିଥିଲେ ତୁମ୍ଭେ ସେହି ପରମେଶ୍ୱର ଅଟ।”
← Chapter 29 Chapter 31 →