bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 11
2 Chronicles 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 12 →
1
ରିହବିୟାମ୍ ଯେତେବେଳେ ଯିରୁଶାଲମକୁ ଆସିଲେ, ସେ ସର୍ବୋତ୍ତମ ସୈନିକମାନଙ୍କ ମଧ୍ୟରୁ 180,000 ଜଣଙ୍କୁ ଏକତ୍ର କଲେ। ସେ ଯିହୁଦା ଓ ବିନ୍ୟାମୀନ ଗୋଷ୍ଠୀରୁ ଏହି ସୈନିକମାନଙ୍କୁ ସଂଗ୍ରହ କଲେ। ରିହବିୟାମ୍ ଯେପରି ତାଙ୍କର ରାଜ୍ୟ ଫେରି ପାଇବେ, ଏଥିନିମନ୍ତେ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେ ସେହି ସୈନ୍ୟମାନଙ୍କୁ ଏକତ୍ର କଲେ।
2
କିନ୍ତୁ ସଦାପ୍ରଭୁଙ୍କଠାରୁ ଶମୟିୟଙ୍କ ନିକଟକୁ ବାର୍ତ୍ତା ଆସିଲା। ଶମୟିୟ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି ଥିଲେ। ସଦାପ୍ରଭୁ କହିଲେ,
3
“ଶମୟିୟ ଶଲୋମନଙ୍କ ପୁତ୍ର ଯିହୁଦାର ରାଜା ରିହବିୟାମ୍ ଏବଂ ଯିହୁଦା ଓ ବିନ୍ୟାମୀନ ନଗରରେ ବାସ କରୁଥିବା ଇସ୍ରାଏଲର ସମସ୍ତ ଲୋକଙ୍କୁ କୁହ।
4
ସେମାନଙ୍କୁ କୁହ: ସଦାପ୍ରଭୁ ଏହା କହନ୍ତି, ‘ତୁମ୍ଭେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ ନାହିଁ। ପ୍ରତ୍ୟେକ ଲୋକ ନିଜ ଗୃହକୁ ଫେରିଯାଉ। ଆମ୍ଭେ ଏହା ଘଟାଇଅଛୁ।’” ଅତଏବ ରାଜା ରିହବିୟାମ୍ ଓ ତାଙ୍କର ସୈନ୍ୟଦଳ ସଦାପ୍ରଭୁଙ୍କ ବାର୍ତ୍ତାର ବାଧ୍ୟ ହେଲେ ଓ ଫେରିଗଲେ। ସେମାନେ ଯାରବିୟାମଙ୍କ ଉପରେ ଆକ୍ରମଣ କଲେ ନାହିଁ।
5
ରିହବିୟାମ୍ ଯିହୁଦାକୁ ସୁଦୃଢ଼ କଲେ ରିହବିୟାମ୍ ଯିରୁଶାଲମରେ ବାସ କଲେ। ସେ ଆକ୍ରମଣର ପ୍ରତିରୋଧ କରିବା ନିମନ୍ତେ ଯିହୁଦାର ଦୃଢ଼ ନଗରମାନ ନିର୍ମାଣ କଲେ।
6
ସେ ବୈଥ୍ଲେହେମ, ଐଟମ୍, ତକୋୟର ସମସ୍ତ ନଗରକୁ ସୁଦୃଢ଼ କଲେ।
7
ବୈଥ୍ସୂର୍, ସୋଖୋ, ଅଦୂଲମ୍,
8
ଗାଥ୍, ମାରେଶା, ସୀଫ୍,
9
ଅଦୋରୟିମ୍, ଲାଖୀଶ୍, ଅସେକା,
10
ସରା, ଅୟାଲୋନ୍ ଓ ହିବ୍ରୋଣର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ୟାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।
11
ଯେତେବେଳେ ରିହବିୟାମ୍ ସେହି ନଗର ଗୁଡ଼ିକୁ ଦୃଢ଼ କଲେ, ସେ ସେଠାରେ ସେନାଧ୍ୟକ୍ଷମାନଙ୍କୁ ସ୍ଥାପନ କଲେ। ସେ ସେହି ନଗରଗୁଡ଼ିକୁ ଖାଦ୍ୟ, ତୈଳ ଓ ଦ୍ରାକ୍ଷାରସ ମଧ୍ୟ ଯୋଗାଣ କଲେ।
12
ଆହୁରି ମଧ୍ୟ, ରିହବିୟାମ୍ ପ୍ରତ୍ୟେକ ନଗରରେ ଢାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ୟନ୍ତ ଦୃଢ଼ କଲେ। ରିହବିୟାମ୍ ଯିହୁଦା ଓ ବିନ୍ୟାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନରେ ରଖିଲେ।
13
ଇସ୍ରାଏଲର ସମସ୍ତ ଯାଜକ ଓ ଲେବୀୟଗଣ ରିହବିୟାମ୍ ସହ ଏକମତ ହେଲେ ଓ ତାଙ୍କ ସହିତ ଯୋଗ ଦେଲେ।
14
ଲେବୀୟମାନେ ସେମାନଙ୍କର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ୟାଗ କଲେ ଏବଂ ଯିହୁଦା ଓ ଯିରୁଶାଲମକୁ ଗ୍ଭଲି ଆସିଲେ। ରିହବିୟାମ୍ ଓ ତାଙ୍କର ପୁତ୍ରମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସେବାକାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏହିପରି କଲେ।
15
ଯାରବିୟାମ୍ ଉଚ୍ଚସ୍ଥାନମାନଙ୍କରେ ସେବାକାର୍ଯ୍ୟ କରିବା ନିମନ୍ତେ ସ୍ୱୟଂ ଯାଜକମାନଙ୍କୁ ମନୋନୀତ କଲେ, ଯେଉଁ ସ୍ଥାନମାନଙ୍କରେ କି ସେ ନିର୍ମାଣ କରିଥିବା ଛେଳି ଓ ବାଛୁରିର ପ୍ରତିମା ସ୍ଥାପନ କରିଥିଲେ।
16
ଏହା ପରେ ଇସ୍ରାଏଲ ସେହି ସମସ୍ତ ଘରର ଲୋକମାନେ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଥିଲେ, ସେମାନଙ୍କର ପିତାଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଆସିଲେ।
17
ସେହି ଲୋକମାନେ ଯିହୁଦା ରାଜ୍ୟକୁ ସୁଦୃଢ଼ କଲେ। ଆଉ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଶଲୋମନଙ୍କ ପୁତ୍ର ରିହବିୟାମଙ୍କର ସପକ୍ଷରେ ରହିଲେ। ସେମାନେ ଏପ୍ରକାର କଲେ, କାରଣ ଦାଉଦ ଓ ଶଲୋମନ ଯେଉଁ ମାର୍ଗରେ ଜୀବନ କାଟୁଥିଲେ, ସେହି ସମୟରେ ସେମାନେ ସେହି ମାର୍ଗରେ ଜୀବନ କାଟିଲେ।
18
ରିହବିୟାମଙ୍କ ପରିବାର ରିହବିୟାମ୍ ମହଲତ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରେମୋତ୍ର। ତାଙ୍କର ମାତା ଥିଲେ ଅବୀହେଲିୟ। ଯିରେମୋତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହେଲିୟ ଇଲିୟାବଙ୍କ କନ୍ୟା ଥିଲେ। ଇଲିୟାବ୍ ଯିଶୀଙ୍କ ପୁତ୍ର ଥିଲେ।
19
ମହଲତ୍ ରିହବିୟାମଙ୍କୁ ଏହି ପୁତ୍ରମାନଙ୍କୁ ଦେଲେ: ଯିୟୁଶ୍, ଶମରିୟ ଓ ସହମ।
20
ଏହା ପରେ ରିହବିୟାମ୍ ମାଖାଙ୍କୁ ବିବାହ କଲେ। ମାଖା ଅବଶାଲୋମଙ୍କ ଝିଅ ଥିଲେ। ଆଉ ମାଖା ରିହବିୟାମଙ୍କୁ ଏହି ସନ୍ତାନମାନଙ୍କୁ ଦେଲେ: ଅବିୟ, ଅତୟ, ସୀଷ ଓ ଶଲୋମୀତ୍।
21
ରିହବିୟାମ୍ ତାଙ୍କର ଅଠର ଜଣ ସ୍ତ୍ରୀ ଓ ଷାଠିଏ ଜଣ ଉପପତ୍ନୀମାନଙ୍କ ମଧ୍ୟରେ ମାଖାଙ୍କୁ ସବୁଠାରୁ ଅଧିକ ପ୍ରେମ କରୁଥିଲେ। ରିହବିୟାମ୍ ଅଠେଇଶ ଜଣ ପୁତ୍ର ଓ ଷାଠିଏ ଜଣ କନ୍ୟାଙ୍କର ପିତା ଥିଲେ।
22
ରିହବିୟାମ୍ ମାଖାର ପୁତ୍ର ଅବିୟଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧ୍ୟରେ ନେତା ହେବା ନିମନ୍ତେ ମନୋନୀତ କଲେ। ରିହବିୟାମ୍ ଅବିୟଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ।
23
ରିହବିୟାମ୍ ଜ୍ଞାନର ସହିତ କର୍ମ କଲେ ଓ ଯିହୁଦାର ସମସ୍ତ ଅଞ୍ଚଳ ତଥା ପ୍ରତ୍ୟେକ ସୁଦୃଢ଼ ନଗରସାରା ତାଙ୍କର ପୁତ୍ରମାନଙ୍କୁ ବ୍ୟାପ୍ତ କରି ରଖିଲେ। ଆଉ ରିହବିୟାମ୍ ତାଙ୍କର ପୁତ୍ରମାନଙ୍କୁ ଯଥେଷ୍ଟ ଖାଦ୍ୟ ଦେଲେ। ଆହୁରି ମଧ୍ୟ, ସେ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ସ୍ତ୍ରୀମାନଙ୍କୁ ଖୋଜିଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36