bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 35
2 Chronicles 35
Odia Bible ERV 2004 (ପବିତ୍ର ବାଇବଲ)
← Chapter 34
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 36 →
1
ଯୋଶିୟ ନିସ୍ତାରପର୍ବ ପାଳନ କରନ୍ତି ରାଜା ଯୋଶିୟ ଯିରୁଶାଲମରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କଲେ। ପ୍ରଥମ ମାସର ଚତୁର୍ଦ୍ଦଶତମ ଦିବସରେ ନିସ୍ତାରପର୍ବର ମେଷଶାବକଙ୍କୁ ହତ୍ୟା କରାଗଲା।
2
ଯୋଶିୟ ଯାଜକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କଲେ। ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ସେବାକାର୍ଯ୍ୟ କରୁଥିବା ସମୟରେ ସେ ସେମାନଙ୍କୁ ଉତ୍ସାହ ପ୍ରଦାନ କଲେ।
3
ଇସ୍ରାଏଲର ଲୋକମାନଙ୍କୁ ଶିକ୍ଷା ଦେଉଥିବା ଓ ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କ ସହିତ ମଧ୍ୟ ଯୋଶିୟ କଥା ହେଲେ। ସେ ସେହି ଲେବୀୟମାନଙ୍କୁ କହିଲେ: “ଶଲୋମନ ଯେଉଁ ମନ୍ଦିର ନିର୍ମାଣ କରିଛନ୍ତି, ତା’ ମଧ୍ୟରେ ପବିତ୍ର ସିନ୍ଦୁକକୁ ରଖ। ଶଲୋମନ ଦାଉଦଙ୍କ ପୁତ୍ର ଥିଲେ। ଦାଉଦ ଇସ୍ରାଏଲର ରାଜା ଥିଲେ। ପୁନର୍ବାର ତୁମ୍ଭମାନଙ୍କ କାନ୍ଧରେ ବୋହି ପବିତ୍ର ସିନ୍ଦୁକକୁ ସ୍ଥାନକୁ ସ୍ଥାନ ନିଅ ନାହିଁ। ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ଲୋକ, ଇସ୍ରାଏଲର ଲୋକମାନଙ୍କର ସେବା କର।
4
ତୁମ୍ଭମାନଙ୍କର ପରିବାର ଅନୁଯାୟୀ ମନ୍ଦିରର ସେବାକାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ଯ୍ୟସବୁ କରିବାକୁ ଦେଇଛନ୍ତି, ତାହା କର।
5
ଲେବୀୟମାନଙ୍କର ଏକଦଳ ସହ ପବିତ୍ର ସ୍ଥାନରେ ଛିଡ଼ା ହୁଅ। ପ୍ରତ୍ୟେକ ଭିନ୍ନ ଭିନ୍ନ ବଂଶ ନିମନ୍ତେ ଏହିପରି କର। ତେବେ ତୁମ୍ଭେମାନେ ସେମାନଙ୍କୁ ସାହାଯ୍ୟ କରି ପାରିବ।
6
ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କର, ସଦାପ୍ରଭୁଙ୍କ ନିମନ୍ତେ ନିଜକୁ ପବିତ୍ର କର। ତୁମ୍ଭମାନଙ୍କର ଭ୍ରାତାଗଣ, ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସେହି ମେଷଶାବକଗୁଡ଼ିକୁ ପ୍ରସ୍ତୁତ କର, ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ ବିଷୟ କରିବାକୁ ଆଦେଶ ଦେଇଛନ୍ତି। ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଆଦେଶସବୁ ମୋଶାଙ୍କ ମାଧ୍ୟମରେ ଦେଇଥିଲେ।”
7
ଯୋଶିୟ ଇସ୍ରାଏଲର ଲୋକମାନଙ୍କୁ 30,000 ମେଷ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ୟା କରିବାକୁ ଦେଲେ। ସେ ଆହୁରି ମଧ୍ୟ ଲୋକମାନଙ୍କୁ 3000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ୱ ପଶୁପଲର ଥିଲା।
8
ଯୋଶିୟଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ନିସ୍ତାରପର୍ବରେ ବ୍ୟବହାର କରିବା ନିମନ୍ତେ ସ୍ୱେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହିଲ୍କିୟ, ଯିଖରିୟ ଓ ଯିହୀୟେଲ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାୟିତ୍ୱରେ ଥିଲେ। ସେମାନେ ଯାଜକମାନଙ୍କୁ 2600 ମେଷଶାଳକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ।
9
ଆହୁରି ମଧ୍ୟ କନାନିୟ, ତାଙ୍କ ଭାଇ ଶମୟିୟ, ନଥନେଲ୍ଙ୍କ ହଶବିୟ, ଯିୟୂୟେଲ ଓ ଯୋଷାବଦ୍ ସହିତ 500 ମେଷ ଓ ଛାଗ ଏବଂ 500 ବଳଦ ନିସ୍ତାରପର୍ବ ନିମନ୍ତେ ଲେବୀୟମାନଙ୍କୁ ଦେଲେ। ସେହି ଲୋକମାନେ ଲେବୀୟମାନଙ୍କର ନେତାଗଣ ଥିଲେ।
10
ନିସ୍ତାରପର୍ବର ସେବାକାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ସମସ୍ତ ବିଷୟର ପ୍ରସ୍ତୁତ ଶେଷ ହେବାପରେ, ଯାଜକ ଓ ଲେବୀୟମାନେ ସେମାନଙ୍କର ସ୍ଥାନକୁ ଗଲେ। ରାଜା ଏହା ହିଁ ଆଦେଶ ଦେଇଥିଲେ।
11
ନିସ୍ତାରପର୍ବର ମେଷଶାବକଗୁଡ଼ିକୁ ହତ୍ୟା କରାଗଲା। ଏହା ପରେ ଲେବୀୟମାନେ ପଶୁଗୁଡ଼ିକର ଚମଡ଼ା ଉତ୍ତାରିଲେ ଓ ଯାଜକମାନଙ୍କୁ ରକ୍ତ ଦେଲେ। ଯାଜକମାନେ ଯଜ୍ଞବେଦି ଉପରେ ସେହି ରକ୍ତକୁ ସିଞ୍ଚିଲେ।
12
ଏହା ପରେ ସେମାନେ ବିଭିନ୍ନ ବଂଶକୁ ହୋମବଳି ଉପହାର ସ୍ୱରୂପେ ଉତ୍ସର୍ଗ କରିବାକୁ ପଶୁଗୁଡ଼ିକୁ ଦେଲେ। ମୋଶାଙ୍କ ବ୍ୟବସ୍ଥା ନିୟମ ଯେପ୍ରକାର ଶିକ୍ଷା ଦେଇଥିଲା, ସେ ପ୍ରକାରେ ହୋମବଳି ଉପହାରଗୁଡ଼ିକୁ ଉତ୍ସର୍ଗ କରିବା ନିମନ୍ତେ ଏହିପରି କରାଗଲା।
13
ଲେବୀୟମାନଙ୍କୁ ଯେପ୍ରକାର ଆଦେଶ ଦିଆଯାଇଥିଲା, ସେମାନେ ସେହି ପ୍ରକାରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସେମାନେ ହାଣ୍ଡି, କେଟ୍ଲି ଓ କରେଇରେ ପବିତ୍ର ନୈବେଦ୍ୟଗୁଡ଼ିକୁ ସିଦ୍ଧ କଲେ। ଏହା ପରେ ସେମାନେ ଶୀଘ୍ର ସେହି ମାଂସକୁ ଲୋକମାନଙ୍କୁ ଦେଲେ।
14
ଏହା ସମାପ୍ତ ହେବାପରେ, ଲେବୀୟମାନେ ସେମାନଙ୍କ ନିମନ୍ତେ ଓ ହାରୋଣଙ୍କ ବଂଶଧର ଯାଜକମାନଙ୍କ ନିମନ୍ତେ ମାଂସ ଆଣିଲେ। ଅନ୍ଧକାର ହେବା ପର୍ଯ୍ୟନ୍ତ ଯାଜକମାନେ ଏହି କାର୍ଯ୍ୟରେ ଅତି ବ୍ୟସ୍ତ ରହିଲେ। ସେମାନେ ହୋମବଳି ଉପହାର ଓ ବଳିର ଚର୍ବ୍ବୀ ଜଳାଇବାରେ କଠିନ ପରିଶ୍ରମ କଲେ
15
ଆସଫ୍ଙ୍କ ପରିବାରର ଗାୟକମାନେ ସେହି ସ୍ଥାନରେ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଛିଡ଼ା ହେଲେ, ଯେଉଁଠାରେ ରାଜା ଦାଉଦ, ଆସଫ, ହେମନ୍ ଏବଂ ରାଜାଙ୍କର ଯାଜକ ଯିଦୂଥୂନ୍ ସେମାନଙ୍କୁ ନିଯୁକ୍ତ କରିଥିଲେ। ଦ୍ୱାରପାଳଗଣ ଯେଉଁମାନେ ପ୍ରତ୍ୟେକ ଫାଟକରେ ଥିଲେ, ସେମାନଙ୍କୁ ସେମାନଙ୍କର ସ୍ଥାନ ଛାଡ଼ିବାକୁ ପଡ଼ିଲା ନାହିଁ, କାରଣ ସେମାନଙ୍କର ଭ୍ରାତା ଲେବୀୟଗଣ ସେମାନଙ୍କ ପାଇଁ ନିସ୍ତାରପର୍ବର ସାମଗ୍ରୀ ପ୍ରସ୍ତୁତ କରିଥିଲେ।
16
ତେଣୁ ରାଜା ଯୋଶିୟଙ୍କ ଆଦେଶାନୁଯାୟୀ ସଦାପ୍ରଭୁଙ୍କ ଉପାସନା ନିମନ୍ତେ ସେହି ଦିନ ସମସ୍ତ କାର୍ଯ୍ୟ କରାଗଲା। ନିସ୍ତାରପର୍ବ ପାଳିତ ହେଲା ଓ ହୋମବଳି ଉପହାରସବୁ ସଦାପ୍ରଭୁଙ୍କ ଯଜ୍ଞବେଦି ଉପରେ ଉତ୍ସର୍ଗୀକୃତ ହେଲା।
17
ଇସ୍ରାଏଲର ଯେଉଁ ଲୋକମାନେ ସେଠାରେ ଥିଲେ, ସେମାନେ ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ଓ ଖମିରବିହୀନ ପାଉଁରୋଟୀର ପର୍ବ ପାଳନ କଲେ।
18
ଭବିଷ୍ୟଦ୍ବକ୍ତା ଶାମୁୟେଲଙ୍କ ସମୟଠାରୁ ନିସ୍ତାରପର୍ବ ଆଉ କେବେହେଲେ ଏହିପରି ଭାବରେ ପାଳିତ ହୋଇ ନ ଥିଲା। ଇସ୍ରାଏଲର କୌଣସି ରାଜା କେବେହେଲେ ଏହିପରି ଭାବରେ ନିସ୍ତାରପର୍ବ ପାଳି ନ ଥିଲେ। ରାଜା ଯୋଶିୟ, ଯାଜକମାନେ, ଲେବୀୟମାନେ ଏବଂ ଯିରୁଶାଲମର ସମସ୍ତ ଲୋକଙ୍କ ସହିତ ସେଠାରେ ଥିବା ଯିହୁଦା ଓ ଇସ୍ରାଏଲର ଲୋକମାନେ ଏକ ବିଶେଷ ପ୍ରକାରେ ନିସ୍ତାରପର୍ବର ଉତ୍ସବ ପାଳନ କଲେ।
19
ଯୋଶିୟଙ୍କ ରାଜତ୍ୱର ଅଷ୍ଟାଦଶତମ ବର୍ଷରେ ସେମାନେ ଏହି ନିସ୍ତାରପର୍ବ ପାଳନ କଲେ।
20
ଯୋଶିୟଙ୍କ ମୃତ୍ୟୁ ଯୋଶିୟ ମନ୍ଦିର ନିମନ୍ତେ ସେହି ସମସ୍ତ ଉତ୍ତମ କାର୍ଯ୍ୟ କରିଥିଲେ। ପରେ ମିଶରର ରାଜା ନଖୋ, ଫରାତ୍ ନଦୀ ନିକଟରେ ଥିବା କର୍କମୀଶ ସହର ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ରାଜା ଯୋଶିୟ ନଖୋ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ।
21
କିନ୍ତୁ ନଖୋ, ଯୋଶିୟଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସେମାନେ କହିଲେ “ଯିହୁଦାର ରାଜା, ଏହି ଯୁଦ୍ଧ ତୁମ୍ଭର ସମସ୍ୟା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସି ନାହିଁ। ମୁଁ ମୋର ନିଜ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରିବାକୁ ଆସିଅଛି। ପରମେଶ୍ୱର ମୋତେ ତ୍ୱରାନ୍ୱିତ କଲେ। ପରମେଶ୍ୱର ମୋର ସପକ୍ଷରେ ଅଛନ୍ତି। ତେଣୁ ମୋତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମୋ’ ବିରୁଦ୍ଧରେ ଯୁଦ୍ଧ କର, ପରମେଶ୍ୱର ତୁମ୍ଭକୁ ବିନଷ୍ଟ କରିବେ।”
22
କିନ୍ତୁ ଯୋଶିୟ ଗ୍ଭଲିଗଲେ ନାହିଁ। ସେ ନଖୋଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସ୍ଥିର କଲେ, ତେଣୁ ସେ ତାଙ୍କର ରୂପ ବଦଳାଇଲେ ଓ ଯୁଦ୍ଧ କରିବା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲେ। ନଖୋ ପରମେଶ୍ୱରଙ୍କ ଆଦେଶ ସମ୍ବନ୍ଧରେ ଯାହା କହିଲେ, ଯୋଶିୟ ତାହା ଶୁଣିବାକୁ ଅଗ୍ରାହ୍ୟ କଲେ। ଯୋଶିୟ ମଗିଦ୍ଦୋ ସମତଳ ଭୂମିରେ ଯୁଦ୍ଧ କରିବାକୁ ଗଲେ।
23
ଏହା ପରେ ରାଜା ଯୋଶିୟ ଯୁଦ୍ଧକ୍ଷେତ୍ରରେ ତୀରଦ୍ୱାରା ଆଘାତପ୍ରାପ୍ତ ହେଲେ। ସେ ତାଙ୍କର ଭୃତ୍ୟମାନଙ୍କୁ କହିଲେ, “ମୋତେ ଏଠାରୁ ନେଇଯାଅ। ମୁଁ ଭୟଙ୍କର ଭାବରେ ଆଘାତପ୍ରାପ୍ତ ହୋଇଛି!”
24
ତେଣୁ ଯୋଶିୟଙ୍କ ଭୃତ୍ୟମାନେ ତାହାଙ୍କ ରଥରୁ ତାଙ୍କୁ ନେଇଗଲେ ଓ ସେ ତାଙ୍କ ସଙ୍ଗରେ ଯୁଦ୍ଧକୁ ଆଣିଥିବା ଆଉ ଏକ ରଥରେ ରଖିଲେ। ଏହା ପରେ ସେମାନେ ଯୋଶିୟଙ୍କୁ ଯିରୁଶାଲମକୁ ନେଇଗଲେ। ରାଜା ଯୋଶିୟ ଯିରୁଶାଲମରେ ମୃତ୍ୟୁବରଣ କଲେ। ଯୋଶିୟ ତାଙ୍କର ପୂର୍ବପୁରୁଷମାନଙ୍କ କବରରେ କବରପ୍ରାପ୍ତ ହେଲେ। ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ଯୋଶିୟଙ୍କ ମୃତ୍ୟୁ ଯୋଗୁଁ ଅତ୍ୟନ୍ତ ଦୁଃଖିତ ହେଲେ।
25
ଯିରିମିୟ ଯୋଶିୟଙ୍କ ନିମନ୍ତେ ସମାଧିକାଳୀନ କେତୋଟି ଗୀତ ଲେଖିଲେ ଓ ତାହାକୁ ଗାନ କଲେ। ଆଜି ପର୍ଯ୍ୟନ୍ତ ପୁରୁଷ ଓ ସ୍ତ୍ରୀ ଗାୟକ ଗାୟିକାମାନେ ସେହି ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କରିଥା’ନ୍ତି। ଇସ୍ରାଏଲର ଲୋକମାନେ ଏହି ପ୍ରକାର ସବୁବେଳେ କଲେ। ସେମାନେ ଯୋଶିୟଙ୍କ ନିମନ୍ତେ ଏକ ବିଷାଦପୂର୍ଣ୍ଣ ସଙ୍ଗୀତ ଗାନ କଲେ। ସେହି ଗୀତଗୁଡ଼ିକ ସମାଧିକାଳୀନ ସଙ୍ଗୀତ ପୁସ୍ତକରେ ଲେଖାଯାଇଅଛି।
26
ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲେଖାଯାଇଅଛି। ଏହି ପୁସ୍ତକ ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ତାଙ୍କର ଆନୁଗତ୍ୟ ଓ ସେ କିପରି ସଦାପ୍ରଭୁଙ୍କ ନିୟମକୁ ମାନିଥିଲେ, ତାହା କହେ।
← Chapter 34
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 36 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36