bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
2 Chronicles 23
2 Chronicles 23
Odia Bible ERV 2004 (ପବିତ୍ର ବାଇବଲ)
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 24 →
1
ଯିହୋୟାଦା ଯାଜକ ଓ ରାଜା ଯୋୟାଶ ଛଅ ବର୍ଷ ପରେ, ଯିହୋୟାଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରତ୍ୟେକଙ୍କର 100 ଜଣ ସୈନ୍ୟ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସେହି କପ୍ତାନମାନେ ଥିଲେ: ଯିରୋହାମ୍ଙ୍କ ପୁତ୍ର ଅସରିୟ, ଯିହୋୟାଦାରନାଙ୍କ ପୁତ୍ର ଇଶ୍ମାୟେଲ, ଅସରିୟଙ୍କ ପୁତ୍ର ଓବେଦ୍, ଅଦାୟାଙ୍କ ପୁତ୍ର ମାସେୟ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍।
2
ସେମାନେ ଯିହୁଦାର ଗ୍ଭରିଆଡ଼େ ଯାଇ ସବୁ ସହରରୁ ଲେବୀୟମାନଙ୍କୁ ସଂଗ୍ରହ କଲେ। ସେମାନେ ଇସ୍ରାଏଲ ବଂଶର ନେତାମାନଙ୍କୁ ମଧ୍ୟ ଏକତ୍ରିତ କଲେ। ଏହା ପରେ ସେମାନେ ଯିରୁଶାଲମକୁ ଫେରିଗଲେ।
3
ଏକତ୍ରିତ ହୋଇଥିବା ସମସ୍ତ ଲୋକ ପରମେଶ୍ୱରଙ୍କ ମନ୍ଦିରରେ ରାଜାଙ୍କ ସହିତ ଏକ ନିୟମ କଲେ। ଯିହୋୟାଦା ସେହି ଲୋକମାନଙ୍କୁ କହିଲେ, “ରାଜାଙ୍କ ପୁତ୍ର ରାଜ୍ୟ କରିବେ। ଦାଉଦଙ୍କ ବଂଶଧରମାନଙ୍କ ବିଷୟରେ ସଦାପ୍ରଭୁ ଏହି ପ୍ରତିଜ୍ଞା କରିଥିଲେ।
4
ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ: ତୁମ୍ଭମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଯାଜକ ଓ ଲେବୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନରେ କାର୍ଯ୍ୟ କରିବାକୁ ଯିବେ, ସେମାନେ ଦ୍ୱାର ନିକଟରେ ଜଗି ରହିବେ।
5
ତୁମ୍ଭମାନଙ୍କର ଏକ ତୃତୀୟାଂଶ ରାଜାଙ୍କ ଗୃହରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀୟାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧ୍ୟରେ ରହିବେ।
6
ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ କୌଣସି ବ୍ୟକ୍ତିକୁ ଆସିବାକୁ ଦେବ ନାହିଁ। କେବଳ ସେବାକାର୍ଯ୍ୟ କରୁଥିବା ଯାଜକ ଓ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ୟକୁ ଆସିବାକୁ ଅନୁମତି ଦେବ, କାରଣ ସେମାନେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦେଇଛନ୍ତି, ତାହା ସେମାନଙ୍କୁ କରିବାକୁ ପଡ଼ିବ।
7
ଲେବୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଖଡ଼୍ଗକୁ ସଙ୍ଗରେ ରଖିବେ। ଯଦି କୌଣସି ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତେବେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।”
8
ଯିହୋୟାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲେବୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ଯିହୋୟାଦା, ଯାଜକ ଦଳର କୌଣସି ବ୍ୟକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରତ୍ୟେକ କପ୍ତାନ ଓ ତାଙ୍କର ସବୁ ଲୋକ ସେମାନଙ୍କୁ ଯାହା କୁହାଗଲା ତାହା କଲେ, ସେମାନେ ସେହି ସପ୍ତାହରେ କାର୍ଯ୍ୟରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ।
9
ଯିହୋୟାଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢାଲଗୁଡ଼ିକ ଦେଲେ। ପରମେଶ୍ୱରଙ୍କ ମନ୍ଦିରରେ ସେହି ଅସ୍ତ୍ରଗୁଡ଼ିକ ରଖାଯାଇଥିଲା।
10
ଏହା ପରେ ଯିହୋୟାଦା ଲୋକମାନଙ୍କୁ କେଉଁଠାରେ ଛିଡ଼ା ହେବାକୁ ପଡ଼ିବ, ତାହା କହିଲେ। ପ୍ରତ୍ୟେକ ବ୍ୟକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତରେ ଧରିଲା। ମନ୍ଦିରର ଦକ୍ଷିଣ ପାର୍ଶ୍ୱରୁ ମନ୍ଦିରର ବାମପାର୍ଶ୍ୱ ଯାଏ ଲୋକମାନେ ଠିଆ ହୋଇ ରହିଲେ। ସେମାନେ ଯଜ୍ଞବେଦି ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହୋଇ ରହିଲେ।
11
ସେମାନେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସେମାନେ ତାଙ୍କୁ ନିୟମର ଏକ ନକଲ ଦେଲେ। ସେମାନେ ଯୋୟାଶଙ୍କୁ ରାଜା କଲେ। ଯିହୋୟାଦା ଓ ତାଙ୍କ ପୁତ୍ରମାନେ ଯୋୟାଶଙ୍କୁ ରାଜାଭିଷିକ୍ତ କଲେ। ସେମାନେ କହିଲେ, “ରାଜା ଦୀର୍ଘଜୀବୀ ହୁଅନ୍ତୁ!”
12
ଲୋକମାନେ ମନ୍ଦିରକୁ ଦୌଡ଼ିକରି ଯିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିୟା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିରରେ ଲୋକମାନଙ୍କ ନିକଟକୁ ଆସିଲେ।
13
ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ୟଦ୍ୱାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହୋଇଥିଲେ। ଉଚ୍ଚାଧିକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହୋଇଥିଲେ। ଦେଶର ଲୋକେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାୟକମାନେ ବାଦ୍ୟଯନ୍ତ୍ର ବଜାଉଥିଲେ। ଗାୟକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବାରେ ନେତୃତ୍ୱ ନେଉଥିଲେ। ଏହା ଦେଖି ଅଥଲିୟା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, “ରାଜଦ୍ରୋହ! ରାଜଦ୍ରୋହ!”
14
ଯିହୋୟାଦା ସେନାଧ୍ୟକ୍ଷମାନଙ୍କୁ ନେଇଆସିଲେ। ସେ ସେମାନଙ୍କୁ କହିଲେ, “ଅଥଲିୟାଙ୍କୁ ସୈନ୍ୟଦଳ ମଧ୍ୟରେ ରଖି ବାହାରକୁ ନେଇଯାଅ। ଯଦି କୌଣସି ବ୍ୟକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ଖଡ଼୍ଗରେ ବଧ କର।” ଏହା ପରେ ଯାଜକ ସୈନ୍ୟମାନଙ୍କୁ ସାବଧାନ୍ କରିଦେଲେ, “ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରେ ଅଥଲିୟାକୁ ବଧ କରିବ ନାହିଁ।”
15
ଏହା ପରେ ଅଥଲିୟା ରାଜାଙ୍କ ଗୃହର ଅଶ୍ୱଦ୍ୱାର ନିକଟକୁ ଆସିବାରୁ ସେହି ଲୋକମାନେ ତାଙ୍କୁ ଧରିଲେ। ଆଉ ସେମାନେ ସେହି ସ୍ଥାନରେ ହିଁ ତାଙ୍କୁ ବଧ କଲେ।
16
ଏହା ପରେ ଯିହୋୟାଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିୟମ କଲେ। ସେମାନେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହେବେ, ଏଥିରେ ସମ୍ମତ ହେଲେ।
17
ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବାଲ୍ର ମନ୍ଦିରରେ ଥିବା ବେଦି ଓ ମୂର୍ତ୍ତିଗୁଡ଼ିକୁ ମଧ୍ୟ ସେମାନେ ଭାଙ୍ଗି ପକାଇଲେ। ସେମାନେ ବାଲ୍ର ଯାଜକ ମତ୍ତାନଙ୍କୁ ବାଲ୍ର ଯଜ୍ଞବେଦି ସମ୍ମୁଖରେ ହତ୍ୟା କଲେ।
18
ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନେବା ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସେହି ଯାଜକମାନେ ଲେବୀୟ ଥିଲେ ଓ ଦାଉଦ ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ। ସେହି ଲୋକମାନେ ମୋଶାଙ୍କ ନିୟମର ଆଦେଶ ଅନୁଯାୟୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନି ଦଗ୍ଧ ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସେମାନେ ସେହି ପ୍ରକାରେ ଆନନ୍ଦ ଓ ପ୍ରଶଂସା ଗାନ ସହକାରେ ସେହି ଉପହାର ବଳିଦାନ କଲେ।
19
ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିଯୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ୟକ୍ତି ମନ୍ଦିର ମଧ୍ୟରେ ପ୍ରବେଶ କରି ପାରିବ ନାହିଁ।
20
ଯିହୋୟାଦା ନିଜ ସହିତ ସେନାଧ୍ୟକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହା ପରେ ଯିହୋୟାଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ୱାର ଦେଇ ସେମାନେ ରାଜାଙ୍କ ଗୃହ ମଧ୍ୟରେ ପ୍ରବେଶ କଲେ। ସେହି ସ୍ଥାନରେ ସେମାନେ ରାଜାଙ୍କୁ ସିଂହାସନରେ ବସାଇଲେ।
21
ଯିହୁଦାର ସବୁ ଲୋକ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ଯିରୁଶାଲମ ନଗରରେ ଶାନ୍ତି ବିରାଜିଲା, କାରଣ ଅଥଲିୟା ଖଡ଼୍ଗ ଦ୍ୱାରା ନିହତ ହୋଇଥିଲେ।
← Chapter 22
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 24 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36